ମନୋରଞ୍ଜନ

ଚର୍ଚାରେ ବିଦ୍ୟୁତଙ୍କ ଉଲଗ୍ନ ଫୋଟୋ 

(ମୁମ୍ବାଇ) : ଚର୍ଚାରେ ଅଭିନେତା ବିଦ୍ୟୁତ ଜାମବାଲଙ୍କ ବୋଲଡ ଫୋଟୋ  । ନିଜର ୪୩ତମ ଜନ୍ମଦିନ ପାଳନ ଅବସରରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସୁଟ କରିଥିବା ବିଦ୍ୟୁତଙ୍କୁ ଜଙ୍ଗଲରେ ନଦୀ କୁଳରେ କିଛି ସମୟ ବସିବା ପ‌ରେ ଉଲଗ୍ନ ହୋଇ ନଦୀ ଭିତକୁ ଡେଇଁ ପଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଫଟୋ‌ରେ ‌ସେ ବିନା ପୋଷାକରେ ଫଟୋ ସୁଟ କରିଥିବା ଦେଖିବାକୁ ମିଳୁଛି। ଯାହା ସମସ୍ତଙ୍କୁ ଅବାକ କରିଦେଇଛି ।

ସୂଚନାନୁଯାୟୀ , ଏଭଳି ଉଲଗ୍ନ ଫଟୋକୁ ସେୟାର କରି ଅଭିନେତା ବିଦ୍ୟୁତ ତାଙ୍କ ଫ୍ୟାନ୍ସ ଓ ଅନୁଗାମୀମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।ଏଭଳି ଫଟୋ ସୁଟ ଘଟଣାକୁ ନେଇ ବିଦ୍ୟୁତ କହିଛନ୍ତି,‘ମୋତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ଭଲଲାଗେ।  ଜଙ୍ଗଲକୁ ମୁଁ ଶାନ୍ତିରେ ସମୟ କାଟିବା ପାଇଁ ଯାଇଥିଲି। ସେଠାରେ କାଠଚୁଲି ଜଳାଇ ଖାଦ୍ୟ ପ୍ରସ୍ତୁତ କରିଥିଲି। ହିମାଳୟ ସହିତ ମୋର ଯାତ୍ରା ୧୪ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ମୁଁ ଏଠାକୁ ୭ରୁ ୧୦ଦିନ ପାଇଁ ଶାନ୍ତିରେ ସମୟ କାଟିବାକୁ ଆସିଥାଏ। ଏଠାକୁ ଆସିବା ପରେ ମନକୁ ଏକ ଅଦ୍ଭୁତ ଆନନ୍ଦ ମିଳିଥାଏ। ମୁଁ ନିଜକୁ ପଚାରିଥାଏ ମୁଁ କିଏ।’

Related posts

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews

ଅଗ୍ରୀମ ବୁକିଂର ପ୍ରଥମ ଦିନରେ ୧.୭ କୋଟି ଆୟ କଲା ଫିଲ୍ମ ‘ଆଦିପୁରୁଷ’

mahabharatanews

ରଣବୀର କପୁରଙ୍କ ଏହି ଫୋଟୋ ଦେଖି ପାଗଳ ଫ୍ୟାନ୍ସ 

mahabharatanews