(ଭୁବନେଶ୍ୱର) : ଅସୁସ୍ଥ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଆଜି ତାଙ୍କ ଜନ୍ମଦିନ ଥିବାବେଳେ ମେଡିକାଲରେ ପହଞ୍ଚି ତାଙ୍କ ସମର୍ଥକ ଶୁଭେଛା ଜଣାଇଛନ୍ତି ।
ସୂଚନାନୁଯାୟୀ , ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେଣୁ ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟ ରାଜନୀତିର ସେ ଆଗଧାଡ଼ିର ଟାଣୁଆ ନେତା । ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।