ଓଡିଶା

ପାକିସ୍ତାନ ଆଇଏସଆଇଙ୍କ ସହ ଚାଟ୍ କରୁଥିଲା ଇଶାନ

(ଯାଜପୁର) : ଯାଜପୁରରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ପାକିସ୍ତାନ ଆଇଏସଆଇଙ୍କ ସହ ଚାଟ୍ କରୁଥିଲା ସୟଦ ଇଶାନ ବୁଖାରି । ଏନେଇ ସୂଚନା ଦେଇଛନ୍ତି STF ଏସପି । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୁଖାରି ହ୍ୱାଟସଅପ ଚାଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।

ସୂଚନାନୁଯାୟୀ , ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଇସାନ ବୁଖାରିର ଆଇଏସଆଇ ସହ ଲିଙ୍କ ଥିଲା । ଏସଟିଏଫ୍ ଏସପିଙ୍କ ସୂଚନା ଅନୁସାରେ, ଜବତ ହୋଇଥିବା ଫୋନକୁ କିଛି ମ୍ୟାସେଜ୍ ଡିଲେଟ୍ ମଧ୍ୟ କରାଯାଇଛି । ଆବଶ୍ୟକ ପଡିଲେ ଫୋନକୁ ଫରେନସିକ୍ ଲ୍ୟାବକୁ ମଧ୍ୟ ପଠାଯାଇ ପାରେ । ସିଡିଆର୍ ଏବଂ ଏସଡିଆର୍ ଆସିବା ପରେ ହିଁ ସ୍ପଷ୍ଟ ସୂଚନା ମିଳିପାରିବ । ସେହିପରି ସେ ଏକାଧିକ ଯୁବତୀଙ୍କୁ ବିବାହ କରିବା ସହ ସୟଦ ଇଶାନର ୫ରୁ ୬ଟି ପିଲା ଥିବା ନେଇ ମଧ୍ୟ ସୂଚନା ରହିଛି । ସେ ଦୀର୍ଘ ଦିନ ହେବ ନିଜରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଆସୁଥିଲା । ସେହିପରି ସେ କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ସେନା ଅଫିସର ଭାବେ ପରିଚୟ ଦେଉଥିଲା ।

Related posts

୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା,ବଦଳିପାରେ   BPL ର ନିୟମ !

mahabharatanews

ସମ୍ବଲପୁରୀ ଶାଢୀକୁ ବିଦ୍ୟାଙ୍କ ପ୍ରଶଂସା

mahabharatanews

ଭୋଜି କରିବାକୁ ଯାଇଥିଲେ ! ଶବ ହୋଇ ଫେରିଲେ

mahabharatanews