ଓଡିଶା

ଲାଲବାହିନୀର ହିଂସା: ଜାଳିଦେଲେ ଏକ ବସ ସହ ୩ଗାଡି

(ଭୁବନେଶ୍ୱର) : ଦିନକୁ ଦିନ ଲାଲବାହିନୀର ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ  ରାଜ୍ୟର ସୀମାନ୍ତରେ ପୁଣି ମାତିଲେ ଲାଲାବାହିନୀ । ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ମାତିଛନ୍ତି ମାଓବାଦୀ । ସୁକୁମା ଜିଲ୍ଲାରେ ଲଙ୍କାକାଣ୍ଡ ଭିଆଇଛନ୍ତି । ଗୋଟିଏ ବସ୍ ସମେତ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଲେ ଲାଲବାହିନୀ । ସୁରକ୍ଷା ବାହିନୀ ଘଟଣାସ୍ଥଳରେ କମ୍ବିଂ ଅପରେସନ ଆରମ୍ଭ କରିଛି ।

ସୂଚନାନୁଯାୟୀ , ଆସିରଗୁଡା ନିକଟରେ ମୁଖ୍ୟରାସ୍ତାରେ ବସ୍ ଅଟକାଇ ଜାଳିଦେଲେ ମାଓବାଦୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରକ୍ଷା ବାହିନୀ । ସୁରକ୍ଷା ଦୃଷ୍ଟି କୋଣରୁ ସୁକୁମା-କୋଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ୧୫ ରୁ ୨୦ମାଓବାଦୀ ପୋଡ଼ାଜଳାରେ ସାମିଲ ହୋଇଥିବା ସୂଚନା ମିଳିଛି ।

 

Related posts

ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ…

mahabharatanews

 ମାଞ୍ଜା ସୂତା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ

mahabharatanews

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

mahabharatanews