(ଚଣ୍ଡୀଗଡ଼) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ପୁଣି ଏବେ ନୂତନ ସବ୍-ଭାରିଆଣ୍ଟ JN.1 ଭୟ । କରୋନା ବଢ଼ୁଥିବା ମାମଲା ପୁଣି ଥରେ ଦେଶର ଚିନ୍ତାର କାରଣ ହୋଇଛି। କରୋନା ର ନୂତନ ଭାରିଆଣ୍ଟ JN.1 ର ମୋଟ 21 ଟି ମାମଲା ରିପୋର୍ଟ ହୋଇଛି ଏବଂ ସେଗୁଡ଼ିକ ଧୀରେ ଧୀରେ ବୃଦ୍ଧି ପାଉଛି । ଏହି କାରଣରୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ନିୟମ କରାଯାଇଛି । କରୋନାର ନୂତନ ପ୍ରକାରକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଶାସନ ପୁଣି ଥରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି।
ସୂଚନାନୁଯାୟୀ , , ଏହା ବ୍ୟତୀତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କର୍ଣ୍ଣାଟକରେ କୋଭିଡ -19 ର 20 ଟି ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ଏହି ମହାମାରୀ ଯୋଗୁଁ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୁଧବାର (ଡିସେମ୍ବର 20) ଏହି ସୂଚନା ପ୍ରଦାନ କରି ଗାଇଡ୍ଲାଇନ ଜାରି କରିଛି।