ଓଡିଶା

ଓଡିଶାରୁ କରୋନା ସଂକ୍ରମିତ ଚିହ୍ନଟ, ମାର୍ଗଦର୍ଶିକା ଜାରି 

(ଭୁବନେଶ୍ୱର) : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ସତର୍କ ରହିଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ସୂଚନାନୁଯାୟୀ , ରାଜ୍ୟରେ ବୟସ୍କ ଓ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଜନଗହଳି ପୂର୍ଣ୍ଣ ସ୍ଥାନ ପରିଦର୍ଶନରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୩ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ୍ ହୋଇଥିଲେ । ବର୍ତ୍ତମାନ ପୁଣି ୨୦ଦିନ ପରେ କରୋନାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ରାଇରଙ୍ଗପୁରରେ ଦୁଇ ଦିବସୀୟ ରଥଯାତ୍ରାର ଶୁଭାରମ୍ଭ

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

mahabharatanews

+୨ ଅସନ୍ତୁଷ୍ଟଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ଆରମ୍ଭ

mahabharatanews