ଓଡିଶା

ରାଇରଙ୍ଗପୁରରେ ଦୁଇ ଦିବସୀୟ ରଥଯାତ୍ରାର ଶୁଭାରମ୍ଭ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ :  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପ୍ରସିଦ୍ଧ ୩୪ ତମ ରଥଯାତ୍ରାର ପ୍ରଥମ ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ନିଜର ଜଗତ ନିୟନ୍ତା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମଙ୍ଗଳ ବାର ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇଥିଲେ । ଅପରାହ୍ନରେ ରଥ କମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କୁ ରାଜା ନିବେଶରେ ସୁସଜ୍ଜିତ ରଥରେ ମାଉସୀମା ମନ୍ଦିର ପାଖକୁ ରଥ ପର୍ଯ୍ୟନ୍ତ ପାଛୋଟି ନିଆଁ ଯାଇଥିଲା । ଅପରାହ୍ନ ୫.୩୦ ଟା ପାଖାପାଖି ସମୟରେ ଛେରା ପହଁରା ପରେ , ଠାକୁରଙ୍କ ନୀତିସଂପନ୍ନ ପରେ ଡାହୁକ ଶ୍ରୀ କୃଷ୍ଣ ଵିହାରୀ ମହାନ୍ତିଙ୍କ ଦ୍ବାରା ରଥ ଚାଳନା ଶୁଭାରମ୍ଭ ହୋଇଥିଲା । ଭକ୍ତ ଓ ଭଗବାନ ପରସ୍ପରକୁ ଅପେକ୍ଷାରେ ଥିଲେ | ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସର୍ବତ, ଖିଚୁଡି, ଥଣ୍ଡା ପାଣି ବ୍ୟବସ୍ଥା କରାଯାଇଥିଲା ।

ଉପଖଣ୍ଡ ପ୍ରଶାସନ ଏବଂ ପୋଲିସ ତରଫରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରା ଯାଇଥିଲା । ପ୍ରଥମ ଦିନରେ ରଥ ରାଇରଙ୍ଗପୁର ନିଶାମଣି ଲଜ୍ ପର୍ଯ୍ୟନ୍ତ କେବଳ ପୁରୁଷ ମାନଙ୍କ ଦ୍ଵାରା ଟଣା ଯାଇଥିଲା । ଆଜି ନିଶାମଣି ଲଜରୁ ମାଉସୀମା ପର୍ଯ୍ୟନ୍ତ କେବଳ ମହିଳା ମାନଙ୍କ ଦ୍ବାରା ରଥ ଟଣା ହେବ । ରଥ ଉପରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁ କାଶ୍ମୀରରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କୋବିନ୍ଦର ଗୁପ୍ତା  ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ସମଗ୍ର ମାନବ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ତହସିଲଦାର ଚିତ୍ତରଞ୍ଜନ ମହାନ୍ତ,ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏବଂ ବିଭିନ୍ନ ଥାନାର ଆଇଆଇସି ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହି  ଶୃଙ୍ଖଳିତ ରଥ ପରିଚାଳନା ପାଇଁ ଦୃଷ୍ଟି ଦେଇଥିଲେ । ପ୍ରବଳ ଗରମ , ଗୁଳୁଗୁଳି ସତ୍ବେ ହଜାର ହଜାର ଶ୍ରଦ୍ଧାଳୁ ଭୃକ୍ଷେପ ନକରି ନିଜର ପ୍ରିୟ ଠାକୁରଙ୍କୁ ପାଖକୁ ଦର୍ଶନ କରିବା ପାଇଁ ସୁଦୂର ଝାରଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିଭିନ୍ନ ସ୍ଥାନରୁ ଛୁଟି ଆସିଥିଲେ ।

Related posts

ବନ୍ଧୁଗାଁରେ ନୂତନ ଥାନା ଉଦ୍ଘାଟିତ

mahabharatanews

ଓଏଏସ ଓଆରଏସ ସ୍ତରରେ ଅଦଳବଦଳ ରାଜ୍ୟ ସରକାର

mahabharatanews

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

mahabharatanews