ଓଡିଶା

ଆସନ୍ତା ଦୁଇଦିନ ପାଇଁ କୁହୁଡ଼ି ସତର୍କତା ଜାରି

(ଭୁବନେଶ୍ୱର ) : ଦିନକୁ ଦିନ କୁହୁଡ଼ି ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି।

 କୋରାପୁଟଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୭, ଜି. ଉଦୟଗିରିରେ ୭.୪, କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫, ସେମିଳିଗୁଡାରେ ରାତିର ତାପମାତ୍ରା ୯.୬ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। କଳାହାଣ୍ଡି, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହୋଇଛି।

Related posts

ସାବାଡ଼ ହେବେ ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକ

mahabharatanews

ଗତ ୨୪ଘଣ୍ଟାରେ ଦେଶରୁ ୨୨୪ କରୋନା ସଂକ୍ରମିତ ଚିହ୍ନଟ

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews