ଓଡିଶା

ରାଉରକେଲାରେ ପରେ ବଲାଙ୍ଗିରରେ ଡାଇରିଆ ଆତଙ୍କ

(ବଲାଙ୍ଗୀରି) :  ରାଉରକେଲାରେ ପରେ ଏବେ ବଲାଙ୍ଗିରରେ ଡାଇରିଆ ଆତଙ୍କ । ବଲାଙ୍ଗିର କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି ।  ଏନେଇ ବଲାଙ୍ଗିର ସିଡିଏମଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

 ସୂଚନାନୁଯାୟୀ , ରାଉରକେଲାରେ ଏପର୍ଯ୍ୟନ୍ତ ଡାଇରିଆ ନିୟନ୍ତ୍ରଣକୁ ଆସି ନାହିଁ ହେଲେ ଏପଟେ ବଲାଙ୍ଗିରର କଣ୍ଟାବାଞ୍ଝିଆରେ ଝାଡ଼ାବାନ୍ତି ବଢାଇଲାଣି ଚିନ୍ତା । ବଲାଙ୍ଗିର ସିଡିଏମଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ଗୁରୁତର ଅବସ୍ଥାରେ ୬ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯେଉଁମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Related posts

୧୦ ଜିଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ଏଲୋ ୱାରିଂ ଜାରି

mahabharatanews

କୁମ୍ଭୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

mahabharatanews

ରୁଚିକାଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ସଂଗଠନର ଆନ୍ଦୋଳନ

mahabharatanews