ଓଡିଶା

ପୁଣି ଜୟପୁରକୁ ବିମାନ ଉଡାଣ ବାତିଲ  

(ଭୁବନେଶ୍ଵର) :  ଜୟପୁର-ଭୁବନେଶ୍ବର ଉଡୁଥିବା ବିମାନ ବାତିଲ । ‌କେବେ ପାଗ ଖରାପ ତ କେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ବାତିଲ୍ ହେଉଛି। ଜୁଲାଇରେ ଅଧା ଦିନ ଉଡ଼‌ାଣ ଭରିନଥିବା ବେଳେ ବିମାନ ଗତକାଲି ବାତିଲ୍ ରହିଛି । କେଵେଳ ସେତିକି ନୁହେ ଆଗାମୀ  ଏଥି ସହିତ ୨୯ ଓ ୩୧ ତାରିଖରେ ଚଳାଚଳ ନ କରିବା ନେଇ ଘୋଷଣା କରିଛନ୍ତି ଇଣ୍ଡିଆ ୱାନ୍ ଏୟାର୍ କର୍ତ୍ତୃପକ୍ଷ। ଯାହାକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।

 

ସୂଚନାନୁଯାୟୀ , ଅଗଷ୍ଟ ମାସରେ ମାତ୍ର ୧୬ ଦିନ ହିଁ ବିମାନ ଚାଲିବ। ଟିକେଟ୍ ବୁକିଂ ସାଇଟ୍‌ରେ ଅଗଷ୍ଟ ୨, ୩, ୪, ୫, ୬ ତାରିଖରେ ବିମାନ ଉଡ଼ାଣ ଭରିବା ନେଇ ଦେଖାଉଛି। ଏହା ପରେ ୭ ଓ ୮ ତାରିଖ ଚଳାଚଳ ନ କରି ପୁଣି ୯, ୧୦, ୧୩ ,୧୬, ୧୭, ୨୦, ୨୩, ୨୪, ୨୭, ୩୦ ଓ ୩୧ତାରିଖରେ ଟିକେଟ ସଂରକ୍ଷଣ ପାଇଁ ସାଇଟ୍ ଖୋଲା ରହିଛି। ବର୍ଷା ପ୍ରଭାବରେ ଅଧିକାଂଶ ଦିନ ଜୟପୁର ଆକାଶ ମେଘାଚ୍ଛନ୍ନ ରହୁଛି। କୁଣ୍ଡା ଝଡ଼ା ବର୍ଷା ଲାଗି ରହୁଥିବାରୁ ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅପ୍‌ରେ ସମସ୍ୟା ସୃଷ୍ଟି ହେଉଛି। ଜୁଲାଇ ୧୫ ତାରିଖରେ ବିମାନଟି ସହର ଉପରେ ଛଅ ଚକ୍କର କାଟିବା ପରେ ଲ୍ୟାଣ୍ଡିଂ ନ କରି ପାଇଲଟ୍ ପୁଣି ବିମାନକୁ ଭୁବନେଶ୍ବରକୁ ଫେରାଇ ନେଇଥିଲେ।

Related posts

୧୩ ଜଣ ସଂକ୍ରମିତ ରାଜଧାନୀରୁ ଚିହ୍ନଟ

mahabharatanews

ବାହୁଡା ଯାତ୍ରା ପାଇଁ ଗଡ଼ିବା ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

mahabharatanews

ମା ଉକୁଳେଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ତ୍ରିବେଣୀ ବୁଡ଼

mahabharatanews