ଓଡିଶା

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

(ଭୁବନେଶ୍ୱର) : ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । 6 ଜାନୁଆରୀ ରୁ 20ଜାନୁଆରୀ ଯାଏଁ ରାଜଭବନରେ ବୁଲିପାରିବେ । ଅପରାହ୍ନ ୨.30 – 5.00 ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ ।ଭୁବନେଶ୍ୱର  ବିଭିନ୍ନ ପ୍ରକାର ଫୁଲ, ୱାଟର ଫାଉଣ୍ଟେନ୍, ମ୍ୟୁଜିକାଲ୍ ଫାଉଣ୍ଟେନ୍, ହରିଣ ପାର୍କ ଆଦିର ମଜା ନେଇପାରିବେ ସାଧାରଣ ଲୋକ ।

ସୂଚନାନୁଯାୟୀ , ଦର୍ଶକଙ୍କୁ ଆକର୍ଷିତ କରିବ 500ରୁ ଊର୍ଦ୍ଧ୍ୱ କିସମର ଭଳି କି ଭଳି ଫୁଲର ସମ୍ଭାର । ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ସାଲ୍‌ଭିଆ, ଡାଲିଆ, ସେବତି, ଅର୍କିଡ୍‌ ହାଉସ୍‌ ଓ କାକ୍‌ଟସ୍‌ ହାଉସ୍‌ ସାଙ୍ଗକୁ ମ୍ୟୁଜିକ୍‌ ଫାଉଣ୍ଟେନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଉଦ୍ୟାନରେ ପୁଷ୍ପ ପ୍ରଦର୍ଶନୀ ଦେଖିବା ପାଇଁ ସ୍କୁଲ କଲେଜର ପିଲାଙ୍କଠାରୁ ଆରମ୍ଭ କରି ଲୋକମାନେ ପରିବାର ସହ ଆସିବେ । ଫୁଲ ସହ ବିଭିନ୍ନ ଔଷଧୀୟ ଗଛ ସମ୍ପର୍କରେ ତଥ୍ୟ ପାଇବାର ସୁଯୋଗ ମିଳିବ ।

Related posts

ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍‌ ପଟ୍ଟନାୟକଙ୍କର ହୃଦ୍‌ଘାତରେ ପରଲୋକ

mahabharatanews

ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

mahabharatanews

Leave a Comment