ମହାରାଷ୍ଟ୍ରର ପୁନେ ସହର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସହରର ଭୀମନଗର ଅଞ୍ଚଳରେ ଥିବା ସିମ୍ବିବିସିସ୍ କଲେଜ ନିକଟରେ ୧୦ରୁ୧୨ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଛି । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନାନୁଯାୟୀ , ପ୍ରାୟ ୧୦୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଏକ ନିର୍ମାଣାଧୀନ ଅଂଚଳରେ ରଖାଯାଇଥିଲା ।ଏହି ୧୦୦ଟି ଏଲପିଜି ସିଲିଣ୍ଡର ମଧ୍ୟରୁ ୧୦ଟି ସିଲିଣ୍ଡର ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନୀର ଖବର ନାହିଁ ବୋଲି ପୁଣେ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।