ଭାରତ

ଏକାଧିକ ଏଲପିଜି ସିଲିଣ୍ଡର ବିସ୍ଫୋରଣ 

ମହାରାଷ୍ଟ୍ରର ପୁନେ ସହର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସହରର ଭୀମନଗର ଅଞ୍ଚଳରେ ଥିବା ସିମ୍ବିବିସିସ୍ କଲେଜ ନିକଟରେ ୧୦ରୁ୧୨ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଛି । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନାନୁଯାୟୀ , ପ୍ରାୟ ୧୦୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଏକ ନିର୍ମାଣାଧୀନ ଅଂଚଳରେ ରଖାଯାଇଥିଲା ।ଏହି ୧୦୦ଟି ଏଲପିଜି ସିଲିଣ୍ଡର ମଧ୍ୟରୁ ୧୦ଟି ସିଲିଣ୍ଡର ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନୀର ଖବର ନାହିଁ ବୋଲି ପୁଣେ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Related posts

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

mahabharatanews

ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ 

mahabharatanews

ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି

mahabharatanews