ଓଡିଶା

ବିରୁଆ ବାଗାନ ହୋ ପ୍ରଡକ୍ସନ ଦ୍ୱାରା ଗରିବଙ୍କୁ କମଳ ବଣ୍ଟନ

ମୟୁରଭଞ୍ଜ : ଚଳିତ ବର୍ଷ ସାରା ରାଜ୍ୟ ରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ଅନ୍ତର୍ଗତ ଦଲକି ଗ୍ରାମ ରେ ଆଜିଵିରୁଆ ବାଗାନହୋ ପ୍ରଡକ୍ସନ ର ସଭାପତି ଶ୍ରୀ କୁମାର ସିଂହ ବିରୂଆ କର ଦ୍ୱାରା ଆର୍ଥିକ ସହଯୋଗ ରେ ଗରିବ ବୃଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ ମାନଙ୍କୁ ଦୁଇ ଶହ କମଳ ବଣ୍ଟନ କରାଯାଇଛି। ଏହି କମଳ ବଣ୍ଟନ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ହୋ ସମାଜ ର ସୁନାମ୍ୟଧାରି ଗାୟକ ଗଙ୍ଗାଧର ହେମ୍ରମ, ସମ୍ମାନୀତ ଅତିଥି ଭାବରେ ବଡଡାଳିମା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଂଚ ଶ୍ରୀ ଯୁକ୍ତ ଲକ୍ଷ୍ମଣ ପୂର୍ତ୍ତି ଯୋଗଦାନ କରିଥିଲେ। ବୃଦ୍ଧ, ବୃଦ୍ଧା ଏବଂ ବିକଳାଙ୍ଗ ମାନେ କମଳ ପାଇ ଖୁସିରେ ଘରକୁ ଫେରିଥିଲେ। କୁମାର ସିଂହ ଵିରୁଆ ଙ୍କର ଏଭଳି ଜନହିତକର ଓ ମହତ କାର୍ଯ୍ୟ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଉଛି। ଏହି କମଳ ବଣ୍ଟନ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ ଦଲକି ଗ୍ରାମ ର ଦିଲ୍ଲୀପ ବୀରୁଆ, ନାରାୟଣ ବୀରୂଆ, ଜଗ ମୋହନ ବିରୁଆ, ଜଗନ୍ନାଥ ବିରୁଆ, ଅମିତ ହାଇବୁରୁ ଭଳି ଭଦ୍ରବ୍ୟକ୍ତି ଗଣ ସହଜଗ କରିଥିଲେ।

Related posts

ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର

mahabharatanews

ଓଏଏସ ସ୍ତରରେ ବଡଧରଣର ଅଦଳବଦଳ

mahabharatanews

ରଗବୀ ଆସୋସିଏସନର ଖେଳାଳୀଙ୍କୁ ଶୁଭେଚ୍ଛାର ସୁଅ ଛଟୁଛି

mahabharatanews