ବିଶ୍ୱ

ଟୋକିଓ ବିମାନ ବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା

(ଜାପାନ) :  ଜାପାନର ଟୋକିଓସ୍ଥିତ ହେନେଡା ବିମାନ ବନ୍ଦରରେ ଆଜି ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଜାପାନ ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ରନୱେରେ ଛିଡ଼ା ହୋଇଥିବା ଜାପାନ ତଟରକ୍ଷୀ ବାହିନୀର ଏକ ବିମାନ ସହ ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳିଯାଇଛି।

ସୂଚନାନୁଯାୟୀ ,  ଜାପାନ ଏୟାରଲାଇନ୍ସରେ ଯାତ୍ରା କରୁଥିବା ୩୭୯ ଜଣ (୩୬୭ ଯାତ୍ରୀ ଓ ୧୨ କ୍ରୁ ସଦସ୍ୟ) ଉଦ୍ଧାର ହୋଇଛନ୍ତି। କିନ୍ତୁ ରନୱେ ଉପରେ ପୂର୍ବରୁ ଛିଡ଼ା ହୋଇଥିବା ଜାପାନ ତଟରକ୍ଷୀ ବାହିନୀର ବିମାନରୁ ୫ ଜଣ କ୍ରୁ ସଦସ୍ୟଙ୍କ ମୃତଦେହ ମିଳିଛି। ତଟରକ୍ଷୀ ବାହିନୀ ବିମାନରେ ୬ ଜଣ କ୍ରୁ ସଦସ୍ୟ ଥିଲେ। ଏହାର କ୍ୟାପଟେନ ବାହାରି ଯିବାରେ ସମର୍ଥ ହୋଇଛନ୍ତି।

Related posts

ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ୧୪ବର୍ଷ ଜେଲ୍ ଦଣ୍ତାଦେଶ

mahabharatanews

ଜାପାନରେ ପୁଣିଥରେ ଭୂକମ୍ପ

mahabharatanews

ଇଣ୍ଡୋନେସିଆରେ ଭୂକମ୍ପର ଝଟକା , ସୁନାମି ଚେତାବନି

mahabharatanews