ଓଡିଶା

 ଚିଲିକାରେ ପକ୍ଷୀ ଗଣନା ଆରମ୍ଭ 

(ଚିଲିକା) : ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ ।

 ୨୧ଟି ଟିମରୁ ସର୍ବାଧିକ ୮ଟି ଟିମ୍ ଚିଲିକାର ଟାଙ୍ଗୀ ଜୋନରେ ନିୟୋଜିତ ରହିବେ । ସେହିପରି ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଟିମ୍ ନିୟୋଜିତ ହେବାକୁଥିବାବେଳେ ବାକି ୫ଟି ଟିମ୍ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ପକ୍ଷୀ ଗଣନାରେ ସାମିଲ ହେବେ । ପ୍ରତିଦିନ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏହି ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗର ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ରାଜ୍ୟ ପକ୍ଷୀ ସୁରକ୍ଷା ସମିତିର କର୍ମଚାରୀ ଓ ସ୍ଵେଚ୍ଛାସେବୀମାନେ ନିୟୋଜିତ ରହିବେ। ଏଥିପାଇଁ ଚିଲିକାର ସମ୍ପୂର୍ଣ୍ଣ ଅଞ୍ଚଳକୁ ୫ଟି ଜୋନରେ ବିଭକ୍ତ କରାଯାଇଛି।

Related posts

ଉଦଘାଟିତ ହେଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 

mahabharatanews

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

mahabharatanews

ଅନୁଗୁଳ ସରକାରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନେଇ ବୈଠକ

mahabharatanews