ଓଡିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ତାରିଖରେ ହେବ ଯଜ୍ଞର ପୂର୍ଣ୍ଣାହୁତି। ୧୦୮ଜଣ ସ୍ୱତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଏହି  ଯଜ୍ଞ କର୍ମ ସମାପନ କରାଯିବ।  ୧୨ତାରିଖରୁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦମନ୍ତ୍ର ଯଜ୍ଞ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ସଂକୀର୍ତ୍ତନ ମଣ୍ଡଳିଙ୍କ ଦ୍ୱାରା ଏକ ଦିବ୍ୟ ପରିବେଶ ସୃଷ୍ଟି କରାଯିବ। ୧୫ତାରିଖରୁ ୧୭ତାରିଖ ଯାଏ ଯଜ୍ଞ ହେବ। ଜଜମାନ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦେବେ ଯଜ୍ଞରେ ପୂର୍ଣ୍ଣାହୁତି। ତେବେ ଏହି ଦିବ୍ଯ ସମାରୋହ ପାଇଁ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୂରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ ସଂଲଗ୍ନ ସମସ୍ତ କାର୍ଯ୍ଯର ସମିକ୍ଷା କରିଛନ୍ତି। ସମଙ୍ଗ ପାର୍କିଂ ସ୍ଥଳ ଅନୁଧ୍ୟାନ କରିବା ସହ ଟ୍ରମ୍ପେଟ ବ୍ରୀଜ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳ ବୁଲି ଦେଖିଥିଲେ। ଶ୍ରୀଦାଣ୍ଡରେ ଚାଲିଚାଲି ଶ୍ରୀଦାଣ୍ଡ କାର୍ଯ୍ଯର ତଦାରଖ କରିଛନ୍ତି। ୮ଶହ ମିଟର ଏହି ଶ୍ରୀଦାଣ୍ଡର ୫ଶହ ମିଟର କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇଛି।ଆସନ୍ତା କାଲି ସୁଦ୍ଧା ଶ୍ରୀଦାଣ୍ଡର ଇଲେକ୍ଟ୍ରୀ ଓ ପିଏଚଡି କାମ ସମ୍ପୂର୍ଣ୍ଣ ହେବ।  ୫ଦିନ ମଧ୍ୟ ଶ୍ରୀଦାଣ୍ଡ ସରିଯିବ। ତେବେ ମୁଖ୍ୟ ଶାସନ ସଚିବ ପରିକ୍ରମା ପ୍ରକଳ୍ପର ଟିକନିକ୍ ଅନୁଧ୍ୟାନ କରିଛନ୍ତି। କେଉଁ କାର୍ଯ୍ଯ ସରିଛି ଆଉ କେଉଁ କାର୍ଯ୍ୟ ବାକି ରହିଛି ତାହାକୁ  ନିଜେ ପରଖିଛନ୍ତି। ତେବେ ସବୁଠାରୁ ବଡକଥା ହେଲା ଆସନ୍ତା ୧୧ତାରିଖ ରାତି ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରାଯିବ।  ତେବେ ୧୪ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରକ୍ଷା ବ୍ଯବସ୍ଥା ନେଇ ପୁଲିସକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର  କରିବେ। ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ଡିଜି ସଂଜୟ କୁମାର, ଅଗ୍ନିଶମ ବିଭାଗ ଏଡିଜି, ଆଇଜି ଆଶିଷ ସିଂ, ଆଇଜି ଅମିତାଭ ଠାକୁର, ଆଇଏଏସ ବିଶାଳ ଦେବ,ଜିଲ୍ଲାପାଳ ସମର୍ଥ ବର୍ମା,ଡିଆଇଜି ଡକ୍ଟର କଳୱର ବିଶାଲ ସିଂ ପ୍ରମୁଖ ବରିଷ୍ଠ ଅଧିକାରୀ ମାନଙ୍କ ସହ କାର୍ଯ୍ଯ ଓ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି।  ସେପଟେ ଏହି ପରିକ୍ରମା ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରିବା ପାଇଁ ଦିବ୍ଯ ସମାରୋହ କରାଯାଉଛି। ଗାଁ ଗାଁ ରେ ଏଲଇଡି ଜରୀଆରେ ଭକ୍ତ ମାନେ ପରିକ୍ରମା ଲୋକାର୍ପଣ କାର୍ଯ୍ଯକ୍ରମ ଦେଖିପାରିବେ। ଏଥିସହିତ ସରକାର ମଧ୍ୟ ଭକ୍ତମାନଙ୍କୁ ସ୍ୱତନ୍ତ୍ର ଗାଡିରେ ପୁରୀ ଆଣି ଦର୍ଶନ କରାଇବାର ବ୍ଯବସ୍ଥା କରିଛନ୍ତି। ଲୋକାର୍ପଣ ଉତ୍ସବ ସରିବା ପରେ ୨୨ତାରିଖରୁ ଏହି କାର୍ଯ୍ଯକ୍ରମ ଆରମ୍ଭ କରାଯିବ। ତେବେ କେଉଁ ଜିଲ୍ଲାର ପାଳି କେଉଁ ଦିନ ପଡିବ ତାହା ନିର୍ଦ୍ଧାରଣ କରାଯୀବ। ତେବେ ସମସ୍ତେ ଗୁଆ ଚାଉଳ ଆଣିବେ। ଜଗନ୍ନାଥ ବଲ୍ଲଭ ଅଭ୍ଯର୍ଥନା କେନ୍ଦ୍ରରେ ଦାଖଲ କରିବେ। ସେପଟେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ। ପର୍ଯ୍ଯାପ୍ତ ପରିମାଣରେ ସିସିଟିଭି ସଂଯୋଗ କରାଯିବ। ରଥଯାତ୍ରା ବା ଜାନିଯାତ୍ରା ସମୟରେ ପୁରୀ ସହ ସଂଲଗ୍ନ ଯେଉଁ ପୁଲିସ ଅଧିକାରୀ ମାନେ ଆସନ୍ତି ସେମାନଙ୍କୁ ନିୟୋଜିତ କରାଯିବ। ତେବେ ପୁରୀକୁ ସମ୍ପୂର୍ଣ୍ଣ ଏକ ବ୍ଲାକେଟ କଭରରେ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି ଏଡିଜି।

Related posts

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

mahabharatanews

ୟୁକୋ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

mahabharatanews

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ପୋଲିସ ଦ୍ବାରା ଅଟକ

mahabharatanews