ଓଡିଶା

ଖୋଲିଲା ରାଜଭବନ ଉଦ୍ୟାନ

 (ଭୁବନେଶ୍ୱର) : ଖୋଲିଲା ରାଜଭବନ ଉଦ୍ୟାନ ।  ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଶନିବାର ଠାରୁ ଖୋଲିଲା ରାଜଭବନ ଉଦ୍ୟାନ । ରାଜଭବନ ଉଦ୍ୟାନ ଭିତରେ ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ , ହରିଣ ପାର୍କ, ବିଭିନ୍ନ ପ୍ରକାର ଚଢ଼େଇ , ଭିନ୍ନ ପ୍ରକାର ମାଛ ଯାହା ଦର୍ଶକ ଓ ସ୍କୁଲ ପିଲାମାନଙ୍କୁ ଉଦ୍ୟାନ ପ୍ରତି ଆକୃଷ୍ଟ କରିଛି । ସେହିପରି ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ ।

ସୂଚନାନୁଯାୟୀ , ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ: ଆଜିବି କମ୍ପିପାରେ ବିଧାନସଭା !

mahabharatanews

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

mahabharatanews