ଓଡିଶା

ରାଜ୍ୟରେ ଘନ କୁହୁଡି, ଜୀବନ ଯାତ୍ରା ପ୍ରଭାବିତ 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଉଛି ଥଣ୍ଡା ପ୍ରକୋପ  । କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ରଜରେ ଶୀତର ଲହରୀ ଲାଗି ରହିଥିବା ବେଳେ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ରେକର୍ଡ ହୋଇଛି ।

ସୂଚନାନୁଯାୟୀ, ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ ୧୩.୭, କେଉଁଝରରେ ୧୩, ମାଲକାନଗିରିରେ ୧୪.୯ ଓ ଅନୁଗୁଳରେ ୧୧ ଡିଗ୍ରି ରେକର୍ଡ କରାଯାଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ

mahabharatanews

ବଢୁଛି ତାତି : ସର୍ବୋଚ୍ଚ ତାପମାତ୍ରା ୩୬.୫ଡ଼ିଗ୍ରୀ ରେକର୍ଡ

mahabharatanews

ସବସିଡିରେ ୫ ରାଜ୍ୟରୁ ଓଡିଶା ଆଗୁଆ

mahabharatanews