ଓଡିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ;’ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ’

(ପୁରୀ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି ।  ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି ପୁରୀ ଗଜପତି । ଏହି ସମୟରେ ପୁଣି ନିଜର ଅସନ୍ତୋଷ ବଖାଣିଛନ୍ତି ଶଙ୍କରାଚାର୍ଯ୍ୟ ।

ସେ କହିଛନ୍ତି ,;ତୀର୍ଥସ୍ଥଳୀ ଓ ତପସ୍ଥଳୀକୁ ଭୋଗସ୍ଥଳୀ, ପର୍ଯ୍ୟଟନସ୍ଥଳୀ କରାନଯାଉ । ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ । ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ତୀର୍ଥସ୍ଥଳୀର ମହତ୍ତ୍ୱ ରହିବନି କହି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ । ‘ କିନ୍ତୁ ଲୋକାର୍ପଣ ଉତ୍ସବରେ ଯୋଗଦେବି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହିଁ । ଠିକ୍‌ ସମୟରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

 

Related posts

ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା, ଘରୁ ନବାହାରିବାକୁ ପରାମର୍ଶ  

mahabharatanews

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ମାଡ ମାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ

mahabharatanews