ଓଡିଶା

ପୁଣି ଫେରିଲା ଶୀତ

(ଭୁବନେଶ୍ୱର) : କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ରଜରେ ଶୀତର ଲହରୀ ଲାଗି ରହିଥିବା ବେଳେ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ରେକର୍ଡ ହୋଇଛି । ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସୂଚନାନୁଯାୟୀ ,କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ ୧୩.୭, କେଉଁଝରରେ ୧୩, ମାଲକାନଗିରିରେ ୧୪.୯ ଓ ଅନୁଗୁଳରେ ୧୧ ଡିଗ୍ରି ରେକର୍ଡ କରାଯାଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Related posts

ପୂର୍ବତନ କଂଗ୍ରେସ ସାଂସଦ ତଥା ସୁଲେଖକ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

mahabharatanews

ସ୍କ୍ରବ ଟାଇଫସ ଆତଙ୍କ; ସଂଖ୍ୟା ୩୫୫କୁ ବୃଦ୍ଧି

mahabharatanews

ବାତ୍ୟା ‘‌ରେମାଲ’; ଓଡ଼ିଶାରେ ପ୍ରବଳ ବର୍ଷା

mahabharatanews