ଓଡିଶା

ଘନ କୁହୁଡ଼ି ଆଶଙ୍କା : ୟେଲୋ ଆଲର୍ଟ ଜାରି

(ଭୁବନେଶ୍ୱର) :  ପୁଣି ଫେରିବ ଶୀତ । ଶୁକ୍ରବାର ରାତିରୁ ଶୀତର ପ୍ରକୋପ ବଢିବ । ରାଜ୍ୟର ବିଭନ୍ନ ସ୍ଥାନରେ ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇବ । ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୨-୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

ସୂଚନାନୁଯାୟୀ , ନିମାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପରିମାଣ ମଧ୍ୟ ବଢୁଥିବା ପରିଲକ୍ଷିତ ହେଉଛି । ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Related posts

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

mahabharatanews

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍

mahabharatanews

ନିଶ୍ଚିତକୋଇଲିରେ ଆୟୋଜିତ ହୋଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା  

mahabharatanews