ଭାରତ

ନାସିକରେ ମୋଦିଙ୍କ ବିଶାଳ ରୋଡ ସୋ’ 

(ଦିଲ୍ଲୀ)  : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ ସୋ’ । ଆଜି ଦେଶର ସବୁଠୁ ଲମ୍ବା ବ୍ରିଜ୍ ଅଟଳ ସେତୁର ଉଦଘାଟନ କରିବେ ମୋଦି । ଯାହା ପୂର୍ବରୁ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ଦେଖାଇଛି ବିଜେପି ।

ସୂଚନାନୁଯାୟୀ ,  ଏହି ରୋଡ ସୋ’ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମୋଦିଙ୍କ ସହ ଉପସ୍ଥିତ ଥିଲେ । ଆଜି ମହାରାଷ୍ଟ୍ର ଗସ୍ତ ଅବସରରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ 30 ହଜାର କୋଟି ଟଙ୍କାର ଭେଟି ଦେବାକୁ ଯାଉଛନ୍ତି । ଆଜି ମୋଦିଙ୍କ ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନାଶିକରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ଜନସାଧାରଣଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବା ପାଇଁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏକ ଲକ୍ଷରୁ ଅଧିକ ଯୁବକଙ୍କୁ ସମ୍ବୋଧିତ କରିବେ। ଏଥି ସହିତ ଦେଶର ସମସ୍ତ ଜିଲ୍ଲାର ଯୁବକମାନେ ଲାଇଭ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖିବେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ଶୁଣିବେ। ଯୁବ ମହୋତ୍ସବ ସହ ଜଡିତ ଗ୍ରାଣ୍ଡ ଇଭେଣ୍ଟ ଦେଶର ୭୫୦ରୁ ଅଧିକ ଜିଲ୍ଲାରେ ଆୟୋଜିତ କରାଯାଇଛି ।

Related posts

ଗଗନୟାନ ମିଶନ; TV-D1ର ପ୍ରଥମ ପରୀକ୍ଷଣ ସଫଳ 

mahabharatanews

ଗ୍ୟାସ ଓ କ୍ଷୀର ପରେ ବଢିଲା CNG ଦର ।

mahabharatanews

ଆସନ୍ତା ଦୀପାବଳିକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews