ଓଡିଶା

୧୭ରୁ ଲେଜର ସୋ’ରେ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ

(ପୁରୀ) :  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ  । ଆଜି ଠାରୁ ଆରମ୍ଭ ହେଉଛି ମହାଯଜ୍ଞ । ଏ ନେଇ ସମଗ୍ର ଶ୍ରୀକ୍ଷେତ୍ର ସଜେଇ ହୋଇଛି । ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏ ନେଇ ଆକାଶ ମାର୍ଗରୁ ଝଲସୁଛି ଶ୍ରୀମନ୍ଦିର ପରିକ୍ରମାର ଚିତ୍ର । ପ୍ରଥମଥର ପାଇଁ ସହରରେ ଲାଇଟ ସାଉଣ୍ଡ ସୋ’ ଦେଖିବାର ସୁଯୋଗ ମିଳିବ । ବଡ଼ଦାଣ୍ଡ ସଂଲଗ୍ନ ମ୍ୟୁନିସିପାଲିଟି ମାର୍କେଟ କାନ୍ଥରେ ଲାଇଟ ସାଉଣ୍ଡ ତଥା ଲେଜର ସୋ’ରେ ମହାପ୍ରଭୁଙ୍କ କାଞ୍ଚି ଅଭିଯାନର କଥାଚିତ୍ର ଦେଖିବେ ଭକ୍ତ । ୧୭ରୁ ଲାଇଟ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ ହେବ ।

ସୂଚନାନୁଯାୟୀ , ପ୍ରଦର୍ଶନୀ କକ୍ଷରେ ଭକ୍ତମାନେ ବଡ଼ ପରଦାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ପରିକ୍ରମା ପ୍ରକଳ୍ପ ନିର୍ମାଣର କଥା, 2020 ମସିହାର ଭକ୍ତଶୂନ୍ୟ ରଥଯାତ୍ରାର କଥା, ମହାପ୍ରଭୁଙ୍କ ସହ ସଂଶ୍ଳିଷ୍ଟ ବହୁ କଥାବସ୍ତୁର ଅବତାରଣା ଦେଖିବାକୁ ପାଇବେ । ଏଥିପାଇଁ ଜଗନ୍ନାଥ ବଲ୍ଲଭ ପରିସରରେ ୬୦ଫୁଟ ଲମ୍ବ ଓ ୧୨ ଫୁଟ ଓସାରର ଏକ ବୃହତ୍‌ ପରଦାରେ ଭକ୍ତମାନେ ଏହି ଅନୁଭବ ନେବେ । ଏହା ମଧ୍ୟ ୧୭ରୁ ଆରମ୍ଭ ହୋଇ ୬ତାରିଖ ପର୍ଯ୍ୟନ୍ତ ଚାଲିବ । ଦିଲ୍ଲୀର ଏକ ଏଜେନ୍ସିକୁ ଏହି ମିନି ମଡେଲ ଏବଂ ପରଦାରେ ଶ୍ରୀଜଗନ୍ନାଥ ସଂସ୍କୃତିର କଥା ପ୍ରଦର୍ଶନ ପାଇଁ ନିୟୋଜିତ କରାଯାଇଛି ।

Related posts

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୁବକ

mahabharatanews

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

mahabharatanews

ଚଳନ୍ତା ଟ୍ରେନରେ ହୁ ହୁ ହୋଇ ଲାଗିଲା ନିଆଁ

mahabharatanews