ଭାରତ

ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

(ଦିଲ୍ଲୀ)  : ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୨୨ ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିରର ସମାରୋହ ପାଇଁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଛି । ଧୋନିଙ୍କୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ସହ-ପ୍ରଦେଶ ସଚିବ ଧନଞ୍ଜୟ ସିଂ ପ୍ରଦାନ କରିଛନ୍ତି ।

ଧୋନି ଏହି ସମୟରେ କହିଛନ୍ତି ଯେ, ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯିବେ । ନିମନ୍ତ୍ରଣ ପାଇ ସେ ବହୁତ ଖୁସି । ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେବ । ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ଲଲାଙ୍କ ପ୍ରଣ ପ୍ରତୀଷ୍ଠା କାର୍ଯ୍ୟକ୍ରମ ପାଇଁ ୬ ହଜାର ସ୍ୱତନ୍ତ୍ର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । କ୍ରିକେଟରଙ୍କ ବ୍ୟତୀତ ଏଥିରେ ବଲିଉଡର ସେଲିବ୍ରିଟି ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ଅଛନ୍ତି । ଗତ କିଛି ଦିନ ହେବ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Related posts

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ବଜ୍ରାଘାତରେ ଗଲାଣି ୧୩ ଜୀବନ

mahabharatanews

ଶିମଲାରେ ଭୂସ୍ଖଳନ ,୭୫୨ଟି ରାସ୍ତା ବନ୍ଦ

mahabharatanews

“ବାରାଣାସୀରୁ ମୋଦିଙ୍କ ବିରୋଧରେ କେଜ୍ରିୱାଲ ଲଢ଼ିବା ଉଚିତ”

mahabharatanews