ମନୋରଞ୍ଜନ

‘ବଏକଟ୍‌ ମାଳଦ୍ବୀପ’: ନାଗାର୍ଜୁନ ନିଜର ଗସ୍ତ କଲେ ବାତିଲ

(ମୁମ୍ବାଇ) : ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦେଶ ସାରା ‘ବଏକଟ୍‌ ମାଳଦ୍ବୀପ’ ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ ଯୋଜନା କରିଥିବା ହଜାର ହଜାର ଭାରତୀୟ ଟିକେଟ୍‌ ବାତିଲ କରୁଥିବା ଦେଖିବାକୁ ମିଳିଛି। ଏବେ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ନିଜର ମାଳଦ୍ବୀପ ଗସ୍ତ ବାତିଲ କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଲଗାତାର ୭୫ଦିନ କାମ କରିବା ପରେ ଛୁଟି କଟାଇବା ପାଇଁ ମାଳଦ୍ବୀପ ଯିବେ ବୋଲି ଟିକେଟ କାଟିଥିଲେ ନାଗାର୍ଜୁନ। ହେଲେ ଏବେ ବିବାଦ ହେବାରୁ ନାଗାର୍ଜୁନ ଲାକ୍ଷାଦ୍ବୀପ ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ବିଗ୍ ବସ୍ ଏବଂ ‘ନା ସାମି ରାଙ୍ଗା’ ପାଇଁ ୭୫ଦିନ ଲଗାତାର କାମ କରିଥିଲି। ଛୁଟି ମିଳିବା ପରେ ମାଳଦ୍ବୀପ ଯିବାକୁ ଟିକେଟ କାଟିଥିଲେ ବି ବର୍ତ୍ତମାନ ମୁଁ ମୋର ମାଲଦ୍ୱୀପ ଯାତ୍ରାକୁ ବାତିଲ କରିଛି। ଆସନ୍ତା ସପ୍ତାହରେ ଲାକ୍ଷାଦ୍ବୀପ ଯିବାକୁ ଯୋଜନା କରୁଛି।

Related posts

ଓଟିଟିରେ ନଜର ଆସିବେ ଭାଇଜାନ୍‌

mahabharatanews

ଭାଇଙ୍କ ଫିଲ୍ମ ‘ଗଦର-୨’ ପ୍ରମୋସନ କରି ଚର୍ଚାରେ ଈଶା ଦେଓଲ

mahabharatanews

ମା’ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର 

mahabharatanews