ମନୋରଞ୍ଜନ

ସଚିନ -ଝିଅଙ୍କ ଡିପ୍‌ଫେକ୍: ତତ୍ପରତା ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌ 

(ମୁମ୍ବାଇ) :  ପ୍ରଯୁକ୍ତିର ଶିକାର ହୋଇଥିଲେ କ୍ରିକେଟ ତାରକା ସଚିନ ତେନ୍ଦୁଲକର ଓ ତାଙ୍କ ଝିଅ ସାରା ତେନ୍ଦୁଲକର । ସେ ବାପଝିଅଙ୍କର ବି ଡିପ୍‌ଫେକ୍ ଭିଡିଓ ଦେଖିବାକୁ ମିଳିଥିଲା। ମୁମ୍ବାଇ ପୁଲିସ୍‌ ଏବେ ଏହି ମାମଲାରେ ନିଜ ତତ୍ପରତା ପ୍ରକାଶ କରିଛି। ସେ ସଚିନ ତେନ୍ଦୁଲକଙ୍କ ଡିପ୍‌ଫେକ୍‌ ଭିଡିଓ ପ୍ରସଂଗରେ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନାନୁଯାୟୀ ପୁଲିସ୍‌ ମାମଲା ରୁଜୁ କରିବା ପରେ ଏହି ମାମଲାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି। କିଛି ଦିନ ତଳେ ତେନ୍ଦୁଲକର ଗେମିଂ ଆପ୍ ‘ସ୍କାଏଓ୍ୱାର୍ଡ ଏଭିଏଟର କ୍ୱେଷ୍ଟ’କୁ ସମର୍ଥନ କରୁଥିବା ଏକ ଡିପ୍‌ଫେକ୍ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୂରି ବୁୁଲୁଥିଲା। ଭିଡିଓରେ କ୍ରିକେଟ୍ ତାରକା କେବଳ ଏହି ଆପ୍‌କୁ ସମର୍ଥନ କରୁଥିବା ଦେଖାଯାଇ ନଥିଲା ବରଂ ତାଙ୍କ ଝିଅ ସାରା ଏଥିରୁ ଆର୍ଥିକ ଫାଇଦା ପାଉଛନ୍ତି ବୋଲି ସେ ମିଥ୍ୟା ଦାବି କରୁଥିବା ଦେଖିବାକୁ ମିଳୁଥିଲା।

Related posts

‘ମୁଁ ଏଭଳି ସେଲଫି ପାଇଁ ଟଙ୍କା ନେବି’ : ଉର୍ଫି ଜାଭେଦ

mahabharatanews

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

mahabharatanews

‘ମତେ ସଂପର୍କରେ ବାରମ୍ବାର ଧୋକା ମିଳିଛି’ : ଶେହନାଜ୍‌ କୌର୍‌

mahabharatanews