ଭାରତ

ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ସମୟ 

(ଅଯୋଧ୍ୟା) : ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଉଠିଥିବା ବେଳେ ବିଶ୍ବବ୍ୟାପୀ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଇତିମଧ୍ୟରେ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ ସହିତ ଏକାଧିକ ଅଧିବା‌ସ ଶେଷ ହୋଇଛି।

ସୂଚନାନୁଯାୟୀ , ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମିନିଟ ମଧ୍ୟରେ ସଂପନ୍ନ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ମନ୍ଦିରରେ ରାମଲାଲାଙ୍କ ଦର୍ଶନ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହୋଇପାରିବ। ‌ଅପରାହ୍ଣ ୨ଟାରୁ ୭ଟା ପର୍ଯ୍ୟନ୍ତ ପୁନର୍ବାର ଦର୍ଶନ ପାଇଁ ଖୋଲା ରହିବ। ଉଭୟ ପୂର୍ବାହ୍ନ ଏବଂ ଅପରାହ୍ଣରେ ଭକ୍ତମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ଏହି ସମୟସୀମା ଧାର୍ଯ୍ୟ କରାଯାଇଛି। ଆରତି ପାଇଁ ମଧ୍ୟ ସମୟ ଧାର୍ଯ୍ୟ ହୋଇଛି। ସକାଳ ୬ଟା ୩୦ରେ ଶ୍ରୀଙ୍ଗାର/ଜାଗରଣ ଆରତି, ମଧ୍ୟାହ୍ନରେ ଭୋଗ ଆରତି ଏବଂ ସନ୍ଧ୍ୟା ୭ଟା ୩୦ରେ ସନ୍ଧ୍ୟା ଆରତି ହେବ।

Related posts

ଧାନ କ୍ଷେତରେ ହେମା ମାଳିନୀ

mahabharatanews

ଇମ୍ରାନ ଖାନଙ୍କ ବିମାନ ଯାତ୍ରା ଉପରେ ଲାଗିଲା ରୋକ

mahabharatanews

ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନ

mahabharatanews