ଓଡିଶା

ଘୁଞ୍ଚିଲା ମାହାଙ୍ଗା ଡବଲ ମର୍ଡର ଶୁଣାଣି

(ସାଲେପୁର) : ସାଲେପୁର JMFCରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି ଘୁଞ୍ଚିଲା । ପ୍ରତାପ ଜେନାଙ୍କ ଓକିଲଙ୍କ ପିଟିସନ ଭିତ୍ତିରେ ଶୁଣାଣି ଘୁଞ୍ଚିଲା । ଫେବ୍ରୁଆରୀ ୨୩ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଥିବାରୁ ଅନୁମତି ଦେଲେ JMFC କୋର୍ଟ ।

ସୂଚନାନୁଯାୟୀ , ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ । ୨୦୨୧ ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ ୧୩ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ ୯ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ ୧୩ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।

Related posts

୨୦ରୁ ୨୨ ବର୍ଷିବ ପ୍ରବଳ

mahabharatanews

ଆଗାମୀ ୨୪ ଘଣ୍ଟା କୋହଲା ପାଗ ,ଆଲର୍ଟ ଜାରି

mahabharatanews

ଅଳିଆଗଦା ନିଆଁରେ ଶିଶୁ କନ୍ୟାର ମୃତ୍ୟୁ

mahabharatanews