ଭାରତ

ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ 

(ଦିଲ୍ଲୀ) :ମଙ୍ଗଳବାର (ଜାନୁଆରୀ ୨୩) ରେ ରାଜଧାନୀ ଆଇଜୋଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲେଙ୍ଗପୁଇ ବିମାନବନ୍ଦର ଆଇଜୋଲ ନିକଟରେ ଅବସ୍ଥିତ ଏକ ଘରୋଇ ବିମାନବନ୍ଦର । ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ । ଏଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ ,  ମିଆଁମାର ସେନା ଏବଂ ନାଗରିକ ସେନା ମଧ୍ୟରେ ସଂଘର୍ଷ ହେତୁ ଲଙ୍ଗଟଲାଇ ଜିଲ୍ଲାରୁ ପଳାୟନ କରିଥିବା ମିଆଁମାର ସୈନିକମାନଙ୍କୁ ଏହି ବିମାନରେ ଅଣା ଯାଉଥିଲା । ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନଟି ରନୱେରୁ ଖସିଗଲା । ଫଳରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଙ୍କିଛି ।  ଡିଜିପି କହିଛନ୍ତି ଯେ ମିଆଁମାର ଆର୍ମି ବିମାନ ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ । ଏହି ସୈନିକମାନଙ୍କୁ ନେବା ପାଇଁ ବିମାନଟି ଭାରତ ଆସିଥିଲା ।

Related posts

ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ସମୟ 

mahabharatanews

ରାଜନୀତି ଛାଡିଲେ ଗୌତମ ଗମ୍ଭୀର

mahabharatanews

Union Budget 2024 : କ’ଣ ଶସ୍ତା, କ’ଣ ମହଙ୍ଗା ?

mahabharatanews