ଭାରତ

ଅଯୋଧ୍ୟାରେ ଭୋରୁ ଅସମ୍ଭଵ ଭିଡ଼ 

(ଅଯୋଧ୍ୟା) : ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ତୀର୍ଥଯାତ୍ରାର ଗ୍ୟାରେଣ୍ଟି ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମିଳିଛି ।

ସୂଚନାନୁଯାୟୀ , ଅଯୋଧ୍ୟାର ରାମମନ୍ଦିର ପ୍ରତିଦିନ ସକାଳ ୭ଟାରୁ ସାଢ଼େ ୧୧ଟା ଏବଂ ପରେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଏହି ଥଣ୍ଡା ଦିନରେ ମନ୍ଦିର ପରିସର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି, ଯେଉଁମାନଙ୍କ ମଧ୍ୟରୁ ଅନେକେ ରାତି ୩ଟାରୁ ମନ୍ଦିରକୁ ପ୍ରବେଶ କରି ରାମଲାଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ।

Related posts

ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

mahabharatanews

 ନମୋ ଆପରେ “ଜନ ମନ ସର୍ଭେ” ଆରମ୍ଭ

mahabharatanews

ସମୁଦ୍ରଯାନ ଲଞ୍ଚ କରିବ ଇସ୍ରୋ 

mahabharatanews