ଓଡିଶା

 ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ

(ସମ୍ବଲପୁର) : ଶନିବାର ଅର୍ଥାତ୍ ଜାନୁଆରୀ ୨୭ ତାରିଖରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଯେଉଁଥି ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର ବ୍ରାହ୍ମଣମାନେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ସେହିଦିନ ଚତୁର୍ଥ ଶନିବାର ପଡୁଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି ।

ସୂଚନାନୁଯାୟୀ , ଆସନ୍ତା ଜାନୁଆରୀ ୨୭ ଅର୍ଥାତ୍ ଶନିବାର ଦିନ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବା ନେଇ ସୂଚନା ରହିଛି । ସେହିପରି ଲୋକାର୍ପଣ ସମୟରେ ଯଜ୍ଞ ସହ ଚଣ୍ତିପାଠ କରାଯିବା ନେଇ ଯୋଜନା ରହିଛି । ସେହିପରି ଏହି ଦିନ ସମସ୍ତ ସ୍କୁଲ, କଲେଜ ଓ ରାଜ୍ୟର ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩

mahabharatanews

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews

ଆସନ୍ତା ୫ଦିନ ରାଜ୍ୟରେ ବଢିବ ତାତି

mahabharatanews