ଓଡିଶା

ଆସନ୍ତା ୨୭ସ୍କୁଲ, କଲେଜ ଛୁଟି

(ଭୁବନେଶ୍ୱର) : ଆସନ୍ତା ୨୭ସ୍କୁଲ, କଲେଜ ଛୁଟି । ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି ରହିବ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରାଯାଇଛି । ଏହା ସହ ୨୭ ତାରିଖ ଚତୁର୍ଥ ଶନିବାର ଥିବାରୁ ସରକାରୀ ଅଫିସ୍‌ ମଧ୍ୟ ବନ୍ଦ ରହିବ ।

ସୂଚନାନୁଯାୟୀ , ଆସନ୍ତା ଜାନୁଆରୀ ୨୭ ଅର୍ଥାତ୍ ଶନିବାର ଦିନ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବା ନେଇ ସୂଚନା ରହିଛି । ସେହିପରି ଲୋକାର୍ପଣ ସମୟରେ ଯଜ୍ଞ ସହ ଚଣ୍ତିପାଠ କରାଯିବା ନେଇ ଯୋଜନା ରହିଛି । ସେହିପରି ଏହି ଦିନ ସମସ୍ତ ସ୍କୁଲ, କଲେଜ ଓ ରାଜ୍ୟର ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ଓଡିଶାରେ ଗତ ଗୋଟିଏ ଦିନରେ ୨୮୯୮ ନୂଆ ପଜିଟିଭ ଚିହ୍ନଟ

mahabharatanews

ନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆ

mahabharatanews

ପୁଣି ଫେରୁଛି କରୋନା : ୨୪ ଘଣ୍ଟାରେ ୩ ହଜାର ପାର

mahabharatanews