ଓଡିଶା

 ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି 

(ଭୁବନେଶ୍ୱର) : ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡ଼ି ଦେଖିବାକୁ ମିଳିବ । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ପବନ ବହୁଛି । ଏହା ପ୍ରଭାବରେ ଆଗାମୀ ଦୁଇଦିନ ମଧ୍ୟରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ , ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଘନ କୁହୁଡି ନେଇ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାକୁ ସତର୍କ କରାଇଛି । ଏହି ସବୁ ଅଞ୍ଚଳରେ ଶୁକ୍ରବାର ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୫୦-୨୦୦ମିଟର ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି । ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କୁହୁଡି ଏତେ ପରିମାଣର ରହିଛି ରାସ୍ତା ଘାଟ ଗାଡି ଚଳାଇବା ମୁସ୍କିଲ ହୋଇପଡିଛି । ଘନ କୁହୁଡି ପାଇଁ ଯାନ ବାହାନ ଯାତାୟତରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।

Related posts

୧୭ରୁ ଲେଜର ସୋ’ରେ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ

mahabharatanews

ଛେରାପହଁରା କାର୍ଯ୍ୟ ଶେଷ ପରେ ରଥ ଟଣା ଆରମ୍ଭ

mahabharatanews

ଜୁନ ୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ସବୁ ଦୋକାନ, ବଜାର ବନ୍ଦ

mahabharatanews