ଭାରତ

ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦ

 (ଛତିଶଗଡ଼): ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲା ସୀମା ଟେକଲଗୁଡ଼େମ୍‌ରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ମାଓବାଦୀ। ପୁଲିସ କ୍ୟାମ୍ପ୍‌ ନିକଟରେ ଅତର୍କିତ ଆକ୍ରମଣ ଯୋଗୁଁ ୩ଜଣ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ କୋବ୍ରା-୨ ବାଟାଲିୟନ୍‌ର ଦେବନ ସି, ପବନ କୁମାର ଏବଂ ସିଆରପିଏଫ୍‌-୧ର ‌ଲମ୍ବୋଦର ସିହ୍ନା। ସେହିପରି ୧୫ଜଣ କୋବ୍ରା ଯବାନ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ , ବିଜାପୁର-ସୁକମା ଜିଲ୍ଲା ସୀମାନ୍ତ ଜୋନାଗୁଡ଼ା ଓ ଅଲିଗୁଡ଼ା ନିକଟରେ ମାଓବାଦୀ ଠୁଳ ହୋଇଥିବା ଖବର ମିଳିଥିଲା। ତେଣୁ କୋବ୍ରା, ଏସ୍‌ଟିଏଫ୍, ଡିଆର୍‌ଜି, ସିଆର୍‌ପିଏଫ୍‌ ଯବାନ ମିଳିତ ଅପରେସନ ଆରମ୍ଭ କରିଥିଲେ। ଯବାନ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପହଞ୍ଚିବାମାତ୍ରେ ମାଓବାଦୀ ଆକ୍ରମଣ ଆରମ୍ଭ କରିଥିଲେ। ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲେ ସୁଦ୍ଧା କଡ଼ା ଜବାବ ଦେଇଥିଲେ ଯବାନ। ଆକ୍ରମଣ ଖବର ପାଇ କ୍ୟାମ୍ପରୁ ଅଧିକ ସଂଖ୍ୟାରେ ଯବାନ ପହଞ୍ଚିବାରୁ ମାଓବାଦୀ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ।

Related posts

ଭାରତରେ ଜି-୨୦ ମହାକୁମ୍ଭ

mahabharatanews

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

mahabharatanews

ଆରପାରିରେ ସବୁଜ ବିପ୍ଳବର ଜନକ ଏସଏସ ସ୍ୱାମୀନାଥ 

mahabharatanews