ଭାରତ

ଆଜିଠୁ ଆରମ୍ଭ ସଂସଦର ବଜେଟ ଅଧିବେଶନ 

(ଦିଲ୍ଲୀ) : ଆଜିଠୁ ଆରମ୍ଭ ସଂସଦର ବଜେଟ ଅଧିବେଶନ  । ଯାହା ଫେବ୍ରୁଆରୀ ୯ ତାରିଖରେ ଶେଷ ହେବ । ସେହିପରି ଆସନ୍ତାକାଲି ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର । ଏହା ମୋଦିଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ସୂଚନାନୁଯାୟୀ , ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ଏବଂ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ଆଗକୁ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ନାହିଁ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

 

Related posts

ସାଂସଦ ପଦ ରଦ୍ଦ ପ୍ରାସଙ୍ଗ : ସୁପ୍ରମିକେର୍ଟ ଦ୍ୱାରସ୍ଥ ହେଲେ ଅହୁଆ ମୈତ୍ର

mahabharatanews

ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର’ ସମ୍ମାନ

mahabharatanews

ରାହୁଲଙ୍କୁ ମିଳିଲା ଜାମିନ

mahabharatanews