ଭାରତ

ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ

(ଦିଲ୍ଲୀ) :  ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବାକୁ ଯାଉଛି । ଏ ନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । କିନ୍ତୁ ଏହା ପୂର୍ବରୁ ଖାଉଟିଙ୍କ ଉପରେ ବାଜିଛି ମହଙ୍ଗା ମାଡ଼ । ଫେବୃଆରୀ ମାସ ପ୍ରଥମ ଦିନରେ ହିଁ ଗ୍ରାହକଙ୍କୁ ଲାଗିଛି ବଡ଼ ଧକ୍କା । ଆଜି ଠାରୁ ପୁଣି ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି ।

ସୂଚନାନୁଯାୟୀ ,  ଆଜି ସକାଳେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: କହିଲେ, ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ବିବାହ ଋତୁରେ ଚାହିଦା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ପ୍ରଭାବିତ ହେତୁ ଏଲପିଜି ସିଲିଣ୍ଡରର ମୂଲ୍ୟ ଆଜି ୧୪ଟଙ୍କା ବୃଦ୍ଧି କରାଯାଇଛି । କିନ୍ତୁ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରରେ ଏହି ବୃଦ୍ଧି କରାଯାଇଛି । ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପରେ ବର୍ତ୍ତମାନ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୭୬୯.୫୦ଟଙ୍କାରେ ପହଞ୍ଚିଛି ।

Related posts

କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ

mahabharatanews

ବିଦେଶୀ ଫଣ୍ଡିଂରେ ଗଡବଡ ନେଇ ବିବିସି ବିରୋଧରେ ଇଡିର ଆକ୍ସନ

mahabharatanews

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ

mahabharatanews