ଭାରତ

ଅର୍ଥମନ୍ତ୍ରୀଙ୍କୁ ଦହି ଖୁଆଇଲେ ରାଷ୍ଟ୍ରପତି 

(ଦିଲ୍ଲୀ): ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ ହୋଇଯାଇଛି। ୨୦୨୪ ମସିହା ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଯେଉଁଠି ସେ ନିଜ ହାତରେ ନିର୍ମଳାଙ୍କୁ ଦହି ଖୁଆଇଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ପ୍ରେମ ଏବଂ ସମ୍ମାନରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତର ଫଟୋଗୁଡ଼ିକ ଏବେ ସାମ୍ନାକୁ ଆସିଛି। ଏହି ଅବସରରେ ସେ ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବାର ନଜର ଆସିଥିଲେ। ଏହା ପରେ ନିର୍ମଳା ସୀତାରମଣ ସିଧା ସଂସଦ ଗୃହକୁ ଯାଇ ବଜେଟ୍ ଉପସ୍ଥାପନ କରିଥିଲେ। ପୁଣି ଥରେ ପାରମ୍ପାରିକ ‘ବହି-ଖାତା’ ଶୈଳୀ ବ୍ୟାଗରେ ଆବୃତ ଏକ ଡିଜିଟାଲ୍ ଟ୍ୟାବଲେଟ୍ ନେଇ ଗୁରୁବାର ସଂସଦରେ ପହଞ୍ଚିଛନ୍ତି।

Related posts

ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

mahabharatanews

ଫସିଛନ୍ତି ଅନେକ ଭାରତୀୟ: ଉଦ୍ଧାର କରିବାକୁ ଉଡାଣ ଭରିବ ଏୟାର ଇଣ୍ଡିଆ

mahabharatanews

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

mahabharatanews