ଭାରତ

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

(ଦିଲ୍ଲୀ) : ପ୍ରବଳ ଘନକୁହୁଡ଼ି ପରେ ଏବେ ବର୍ଷାରେ ପ୍ରଭାବିତ ହୋଇଛନ୍ତି ରାଜଧାନୀବାସୀ। ଗୁରୁବାର ଦିନ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଛି। ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଉତ୍ତର ଭାରତର ଅନ୍ୟାନ୍ୟ ସହରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ରହିଛି।

ସୂଚନାନୁଯାୟୀ , ଦିଲ୍ଲୀ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ଜାରି ରହିବ।
ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ସହିତ ଦିଲ୍ଲୀର କିଛି ସ୍ଥାନରେ (ନରେଲା, ବାୱାନା, ଆଲିପୁର, ବୁରାରୀ, ରୋହିଣୀ, କରୱାଲ ନଗର), ଏନସିଆର (ଲୋନି ଦେହାଟ, ହିଣ୍ଡନ ବାୟୁସେନା ଷ୍ଟେସନ, ବାହାଦୂରଗଡ, ଗାଜିଆବାଦ, ଇନ୍ଦିରାପୁର, ଚାପ୍ରୁଲା, ନୋଏଡା, ଗୁରୁଗ୍ରାମ ଏବଂ ମନେସର)ରେ ବଜ୍ରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Related posts

 ଅପରେସନ୍ ଅଜୟ; ଆଉ ଫେରିଲେ ୨୭୪ ଭାରତୀୟ 

mahabharatanews

ଦିଲ୍ଲୀରେ ହିଟୱେଭ୍‌ ଆଲର୍ଟ ଜାରି,ତାପମାତ୍ରା ୪୬.୨ ଡିଗ୍ରି

mahabharatanews

ଦିଲ୍ଲୀରେ ପ୍ରବଳ ଥଣ୍ଡା; ରେଡ ଆଲର୍ଟ ଜାରି

mahabharatanews