ଭାରତ

ଆଜି ହେବ ହେମାନ୍ତ ସୋରେନଙ୍କ ମାମଲାର ଶୁଣାଣି

(ଦିଲ୍ଲୀ) : ଶୁକ୍ରବାର ସୁପ୍ରିମକୋର୍ଟରେ ହେମାନ୍ତ ସୋରେନଙ୍କ ମାମଲା ଶୁଣାଣି ହେବ । ସୁପ୍ରିମ କୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗରିଫଦାରୀ ବିରୋଧରେ ଦାୟର ହୋଇଥିବା ଚ୍ୟାଲେଞ୍ଜ ଆବେଦନର ଶୁଣାଣି କରିବେ । ବୁଧବାର ଜମି ଦୁର୍ନୀତି ସମ୍ପର୍କୀତ ମିନି ଲଣ୍ଡ୍ରିଂ ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା । ଆଉ ଏହାକୁ ବିରୋଧ କରି ହେମନ୍ତ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ।

ସୂଚନାନୁଯାୟୀ , ଗୁରୁବାର ଦିନ ସାଢେ ୧୦ଟାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ଅନୁଭା ରାଓ୍ବତ ଏହା ମାମଲାର ଶୁଣାଣି କରିଥାନ୍ତେ ।  ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ବିଧାୟକ ଦଳ ନେତା ଭାବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ପଦରେ ଶପଥ ନେବେ । ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ସେ ସାକ୍ଷାତ କରିଥିଲେ । ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।

Related posts

ଗୁଜୁରାଟର ମୋର୍ବି ସହରର ଝୁଲା ପୋଲ ଛିଣ୍ଡିପଡି ୧୪୧ ଜଣଙ୍କ ମୃତ୍ୟୁ

mahabharatanews

ଗୋବିନ୍ଦାଙ୍କ ଟିକେଟକୁ ନେଇ ବଢୁଛି ସସପେନ୍ସ

mahabharatanews

ଗରମପାଣିରୁ ଉଦ୍ଧାର ହେଲା ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ

mahabharatanews