ଭାରତ

ଆପ ନେତା ଆତିଶୀଙ୍କ ଘରେ କ୍ରାଇମବ୍ରାଞ୍ଚ୍ 

(ଦିଲ୍ଲୀ) : ଆମ ଆଦମି ପାର୍ଟି ବିଧାୟକଙ୍କୁ କିଣିବା ମାମଲାରେ ବର୍ତ୍ତମାନ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ୍ ଟିମ୍ ଆପ୍ ନେତା ଆତିଶୀଙ୍କ ଘରେ ପହଞ୍ଚି ପଚାରଉଚରା ଆରମ୍ଭ କରିଛି । ଆମ ଆଦମି ପାର୍ଟି ପକ୍ଷରୁ ଏହା ଦାବି କରାଯାଇଥିଲା ଯେ ବିଜେପି ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି । ଯାହା ବିପକ୍ଷରେ ନୋଟିସ୍ ଦେବା ପାଇଁ କ୍ରାଇମ ବ୍ରାଞ୍ଚ୍ ଟିମ୍ ଆତିଶୀଙ୍କ ଘରେ ପହଞ୍ଚିଥିଲା । ହେଲେ ଏହି ସମୟରେ ସେ ଘରେ ନଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ, AAP ବିଧାୟକଙ୍କୁ କିଣିବା ମାମଲାରେ ଆତିଶୀଙ୍କଠାରୁ ପ୍ରମାଣ ମାଗିବା ପାଇଁ କ୍ରାଇମ ବ୍ରାଞ୍ଚ ଏକ ବିଜ୍ଞପ୍ତି ଜାରି କରିଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ଏହାପୂର୍ବରୁ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ମଧ୍ୟ ଅଟିଶୀଙ୍କ ଘରେ ପହଞ୍ଚିଥିଲେ କିନ୍ତୁ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ସେ ଚଣ୍ଡିଗଡ଼ରେ ଅଛନ୍ତି।  ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି  ଆକ୍ରୋଶ ମୂଳକ ଭାବରେ ହଇରାଣ କରୁଛି ବୋଲି ଆମ ଆଦମୀ ପାର୍ଟୀ(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ  ଦାବି କରିଛନ୍ତି ।

Related posts

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

mahabharatanews

୨୪ ଘଣ୍ଟାରେ ଦେଶରେ ୯,୦୬୨ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କରୋନା ମୃତ୍ୟୁର ରାୟ ସଂରକ୍ଷିତ ରଖିଲେ କୋର୍ଟ

mahabharatanews