ଭାରତ

‘ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ ‘: କମିଶନର

(ଦିଲ୍ଲୀ) : ଶନିବାର ଅର୍ଥାତ୍ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା କରିଛନ୍ତି । ଏଥର ଏପ୍ରିଲ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଜୁନ୍ ୪ ରେ ଭୋଟ୍ ଗଣନା କରାଯିବା ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୮ତମ ଲୋକସଭା ଗଠନ ପାଇଁ ନିର୍ବାଚନ ସୂଚୀ ଘୋଷଣା ହେବା ସହିତ ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ରାଜୀବ କୁମାର ଆହୁରି କହିଛନ୍ତି, ଇଭିଏମ୍ ବିରୋଧରେ ବିଭିନ୍ନ ଅଭିଯୋଗକୁ କୋର୍ଟ ୪୦ଥର ବିଚାର କରିଥିଲେ ଏବଂ ପ୍ରତ୍ୟେକ ଘଟଣାରେ ସମସ୍ତ ଅଭିଯୋଗ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସମସ୍ତ ଦଳ ଭଲଭାବେ ଜାଣିଛନ୍ତି ଯେ ଇଭିଏମ୍ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁନ୍ଦର ଏବଂ ଉନ୍ନତ କରିଛି । ଶାସକ ଦଳଗୁଡିକ ଏହି ଇଭିଏମ୍ ମାଧ୍ୟମରେ ହାରିଥିବାର ଦେଖାଯାଇଛି । ତେବେ ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

Related posts

ଅଯୋଧ୍ୟାରେ ପ୍ରବଳ ଭିଡ଼, ବଢ଼ିଲା ଦର୍ଶନ ସମୟ

mahabharatanews

୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି ମତଦାନ 

mahabharatanews

କାବୁଲରେ ଶନିବାର ଗୁରୁଦ୍ୱାରରେ ବିସ୍ଫୋରଣ

mahabharatanews