ଭାରତ

କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା 

(ଦିଲ୍ଲୀ) : ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି । ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ପୁନଃ ଟୁଇଟ କରିବା କାରଣରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି । ଅଦାଲତ କହିଛନ୍ତି ଯେ ଅପମାନଜନକ ଟୁଇଟ ଉପରେ ରିଟୁଇଟ କରିବା ବଦନାମ ହେବା ସହ ସମାନ ।

ସୂଚନାନୁଯାୟୀ , ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ବଦନାମ ସାମଗ୍ରୀକୁ ରିଟୁଇଟ କରିବା ବଦନାମ ସହିତ ସମାନ । ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ କେର୍ଜିୱାଲ ରିଟ୍ୱିଟ କରିଛନ୍ତି । ପାଣ୍ଡେଙ୍କ ମାମଲାରେ, ମଇ ୭, ୨୦୧୮ ରେ, କେଜ୍ରିୱାଲ ଭିଡିଓକୁ ରିଟ୍ୱିଟ କରିଥିଲେ ଯେଉଁଥିରେ ତାଙ୍କ ବିରୋଧରେ ମିଥ୍ୟା ଏବଂ ବଦନାମ ଅଭିଯୋଗ ଆସିଥିଲା । ସେ କହିଥିଲେ ଯେ କେଜ୍ରିୱାଲଙ୍କୁ କୋଟି କୋଟି ଲୋକ ଅନୁସରଣ କରୁଛନ୍ତି ଏବଂ ଅଭିଯୋଗର ସତ୍ୟତା ଯାଞ୍ଚ ନକରି ଭିଡିଓ ରିଟ୍ୱିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ଦର୍ଶକଙ୍କ ନିକଟରେ ଉପଲବ୍ଧ କରାଇଛନ୍ତି ।

Related posts

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews

କଙ୍ଗନାଙ୍କୁ ଚ୍ୟାଲେଞ୍ଜ ଦେଲେ ରାକ୍ଷୀ 

mahabharatanews

ଭାରତୀୟ ନୌସେନାକୁ ବଡ ସଫଳତା

mahabharatanews