ଭାରତ

ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର

ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଏବଂ ପିଭି ନରସିଂହ ରାଓଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବା ସହିତ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ମଧ୍ୟ ଭାରତ ରତ୍ନ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଘୋଷଣା କରିଛନ୍ତି।
ମୋଦି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବାରୁ ଆମ ସରକାର ଭାଗ୍ୟବାନ । ଏହି ସମ୍ମାନ ଦେଶ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସମର୍ପିତ ।

 

Related posts

ଦୁଇ ସଂଗଠନକୁ ବ୍ୟାନ କଲେ କେନ୍ଦ୍ର ସରକାର

mahabharatanews

 “ଗଣ ଅସୁସ୍ଥତା ଛୁଟି”; ବିମାନ ସେବା ବ୍ୟାଘାତ

mahabharatanews

ଆଖି ବୁଜିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ

mahabharatanews