ଭାରତ

ଚାଷୀ ଆନ୍ଦୋଳନ; ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ 

(ଦିଲ୍ଲୀ) : ଚାଷୀ ଆନ୍ଦୋଳନ ସମୟରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ହୋଇଛି । ୬୩ ବର୍ଷିୟ କୃଷକ ଜଣଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ଘଟିଥିବା ନେଇ ସୂଚନା ରହିଛି । ତେବେ ମୃତକ ବ୍ୟକ୍ତି ଜଣକ ହେଲେ ପଞ୍ଜାବ ହରିଦାସପୁର ଜିଲ୍ଲାର ଜିଆନ ସିଂହ । ଶୁମ୍ଭୁ ବର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ । ମଙ୍ଗଳବାର ଦିନ ପୋଲିସ ଏବଂ କୃଷକ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା ।

ସୂଚନାନୁସାରେ, ପଞ୍ଜାବ ହରିଦାସପୁର ଜିଲ୍ଲାର ଜିଆନ ସିଂହ ନାମ ଜଣେ କୃଷକ କୃଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ପଞ୍ଜାବରୁ ଆସିଥିଲେ । ଶମ୍ଭୁ ବର୍ଡରରେ ଆନ୍ଦୋଳନ ଚାଲୁଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଭିନ୍ନ ଦାବି ନେଇ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି ପଞ୍ଜାବ ଏବଂ ହରିଆଣା କୃଷକ ସଂଗଠନ । ଯେଉଁଥିରେ ପ୍ରାୟ ୨୦୦ରୁ ଅଧିକ କୃଷକ ସଂଗଠନ ଏବଂ ୨୦ ହଜାରରୁ ଅଧିକ କୃଷକ ସାମିଲ ଅଛନ୍ତି ।

Related posts

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଶୁଭେଚ୍ଛା  

mahabharatanews

ଲୋରି ସହ ବସ୍‌ ପିଟି ହୋଇ ୬ମୃତ

mahabharatanews

ମିଶନ-ଆଦିତ୍ୟ L1କୁ  ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews