ଓଡିଶା

ସିଏଏଫ୍‌ ଯବାନଙ୍କ ଗଳାକାଟି ହତ୍ୟା କଲେ ଲାଲ୍‌ ବାହିନୀ

(ମାଲକାନଗିରି) : ପୁଣି ମାତିଲେ ଲାଲବାହିନୀ । ଜଣେ ସିଏଏଫ୍‌ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ପ୍ରାଣ ହରାଇଥିବା ଯବାନ ଜଣକ ହେଲେ କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ ଥାନା ଅନ୍ତର୍ଗତ ସିଏଏଫର ଚତୁର୍ଥ ବାଟାଲିୟନରେ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଛତିଶଗଡ ଆର୍ମ ଫୋର୍ସ କଂପାନୀ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ସୂଚନାନୁଯାୟୀ, ଆଜି ସକାଳୁ ସେ କୋଣସି କାମରେ ବାହାରକୁ ଯାଇଥିବାବେଳେ, ଏହି ସମୟରେ ଯବାନଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ମାଓବାଦୀ ହତ୍ୟା କରିଥିଲେ । ମାଓବାଦୀଙ୍କ ସ୍ମଲ ଆକ୍ସନ ଟିମ ଏହି ବିଭତ୍ସହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପରେ ପୋସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ସାପ୍ତାହିକ ହାଟକୁ ଯାଇଥିବା ବେଳେ ସିଏଏଫ୍‌ ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ରବିବାର ସକାଳେ କ୍ୟାମ୍ପ ପାଇଁ ହାଟକୁ ସୌଦା କିଣିବାକୁ ଯାଇଥିଲେ ।

Related posts

ହାଇୱା ଧକ୍କାରେ ସ୍କୁଟି ଚାଳକ ମୃତ

mahabharatanews

ବାତ୍ୟା ‘ମିଧିଲି’; ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା 

mahabharatanews

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews