ଓଡିଶା

କେନ୍ଦୁଝର ବାଟଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ 

(କେଉଁଝର) :  କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ । ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ଲେଖି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ୍ ଚଳାଚଳ କରାଇବା ନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ୮ନଭେମ୍ବର ୨୦୨୩ରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।

ସୂଚନାନୁଯାୟୀ , ବିଧାୟକ ମୋହନ ଚରଣ ମାଝୀଙ୍କୁ ରେଳମନ୍ତ୍ରୀ ଲେଖଥିବା ଚିଠିରେ କୁହାଯାଇଛି ଯେ, ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଏକ ଟ୍ରେନ୍ ଚଳାଚଳ କରିବ । ଏହା କେନ୍ଦୁଝର ଦେଇ ଯିବ । ପ୍ରଧାନମନ୍ତ୍ରୀ କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ୍ ଚଳାଚଳ କରାଇବା ନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ୮ନଭେମ୍ବର ୨୦୨୩ରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏହା ସହ ବହୁ ଦିନରୁ କେନ୍ଦୁଝର ଦେଇ ଦିଲ୍ଲୀକୁ ଏକ ଟ୍ରେନ୍ ଚଳାଚଳ କରାଇବାକୁ ଦାବି ହୋଇଆସୁଥିଲା ।

Related posts

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ : ଶ୍ରୀମନ୍ଦିରରେ ଗୁଜ ଅନୁକୁଳ ନୀତି

mahabharatanews

ପ୍ରବଳ ବର୍ଷା ସମ୍ଭାବନା: ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

mahabharatanews

ଦନ୍ତା ଆକ୍ରମଣରେ ଯୁବକ ମୃତ

mahabharatanews