ଭାରତ

ଥମୁନି କୃଷକ ଆନ୍ଦୋଳନ ,ଜଣେ ମୃତ 

(ଦିଲ୍ଲୀ) : ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ପୁଣି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼ ନେଇଛି । ଏଥିରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ସହ ସଂଘର୍ଷରେ ଆନ୍ଦୋଳନରତ କୃଷକ ଶୁଭକରନ ସିଂହ ପ୍ରାଣ ହରାଇଛନ୍ତି ।

ସୂଚନାନୁଯାୟୀ , ଖାନୌରୀ ଘଟଣାର ସମୀକ୍ଷା ପରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ । ଏବେ କୃଷକ ଆନ୍ଦୋଳନକୁ ଆଜି ଏବଂ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା ହୋଇଛି । ନ୍ୟପକ୍ଷରେ ଚାଷୀମାନଙ୍କ ଆକ୍ରମଣରେ ୧୨ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି । ଚାଷୀମାନେ ନିଆଁରେ ଲଙ୍କାଗୁଣ୍ଡ ପକାଇ ପୁଲିସକୁ ଅସ୍ତବ୍ୟସ୍ତ କରିଦେଇଥିବା ସୂଚନା ମିଳିଛି । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣି ଥରେ ଚାଷୀଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ ପଠାଇଛନ୍ତି ।

Related posts

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

କେନ୍ଦ୍ର ସରକାରଙ୍କ GST ପରେ ମାସେ ଭିତରେ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ

mahabharatanews

ମନ୍ତ୍ରୀପଦରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

mahabharatanews