ଓଡିଶା

ରାଜ୍ୟରେ ରହିଛି କୋହଲା ପାଗ 

(ଭୁବନେଶ୍ୱର) : କିଛି ଦିନର ତାତି ପରେ ଏବେ ରାଜ୍ୟରେ ରହିଛି କୋହଲା ପାଗ । ଏପରିକି ଆସନ୍ତା ୨୯ତାରିଖ ଯାଏଁ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ନିମ୍ନ ଚାପରେଖା ସକ୍ରିୟ ରହିଛି । ସେହିପରି ଆସନ୍ତାକାଲି ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ସୂଚନାନୁଯାୟୀ , ବର୍ଷା ପ୍ରଭାବରେ ତାତି କମିବା ସହ ସ୍ୱାଭାବିକ ଠାରୁ ୭-୮ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ । ରବିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା । କୋରାପୁଟରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ୧୪.୪ଡିଗ୍ରୀ ରେକର୍ଡ଼ ହୋଇଛି ।

Related posts

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

mahabharatanews

ବାଲେଶ୍ୱର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ 

mahabharatanews