ମନୋରଞ୍ଜନ

ନିର୍ବାଚନକୁ ନେଇ ମୁହଁ ଖୋଲିଲେ କଙ୍ଗନା 

(ମୁମ୍ବାଇ) : ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମାହୋଲ ସରଗରମ ହେବାରେ ଲାଗିଛି ।  ତେବେ ଆଜି ନହେଲେ କାଲି କଙ୍ଗନା ନିଶ୍ଚୟ ରାଜନୀତିକୁ ଓହ୍ଲାଇ‌ବେ ବୋଲି ଖବର ସବୁବେଳେ ଚର୍ଚ୍ଚାରେ ରହିଛି।

ସୂଚନାନୁଯାୟୀ ,  ଗଣମାଧ୍ୟମ ରାଜନୀତି ବିଷୟରେ କିଛି ପ୍ରଶ୍ନ କରିଥିଲା। ଏହି ପ୍ରଶ୍ନର ଉତ୍ତର କଙ୍ଗନା ହସିହସି ଦେଇ କହିଥିଲେ, ‘ମୁଁ ଆଗାମୀ ଦିନରେ ନିର୍ବାଚନ ଲଢ଼ିବି ନା ନାହିଁ ସେ ବିଷୟରେ ଏବେ ଆପଣମାନଙ୍କୁ କିଛି କହି ପାରିବି ନାହିଁ। ଜଣେ ଆସନ‌ରେ ଥାଇ ଯେତିକି କରି ପାରୁଛି ମୁଁ ତାଠାରୁ ଅଧିକ ଦେଶ ପାଇଁ କରିଛି। ଏହା ମୁଁ କହୁ ନାହିଁ ଆପଣମାନେ ଲୋକଙ୍କୁ ପଚାରି ପାରିବେ।  ଯଦି ମୁଁ ରାଜନୀତିରେ ଆସିବାକୁ ଚାହିଁବି ବୋଲି ଭାବୁଛି ମୋତେ ଲାଗୁଛି ଏହା ସଠିକ ସମୟ ହେବ। ପ୍ରତ୍ୟେକ ସମୟରେ ଦେଶର ଲୋକମାନେ ମୋତେ ସ୍ବାଧୀନଭାବେ ଉଡ଼ିବା ପାଇଁ ପର ଦେଇଛନ୍ତି, ଭଲ ପାଇଛନ୍ତି।

Related posts

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews

ଆସୁଛି ଖିଲାଡୀ ବୟଙ୍କ ଫିଲ୍ମ ‘ସରଫିରା’

mahabharatanews

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦେଶକ ଅଶୋକ ଶର୍ମା

mahabharatanews