ଭାରତ

ବଢ଼ିଲା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର

(ଦିଲ୍ଲୀ) : ବଢ଼ିଲା କମର୍ସିଆଲ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୧୯୭୫ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସୂଚନାନୁଯାୟୀ , ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧,୭୬୯.୫୦ଟଙ୍କାରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେଉଛି । କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪  ଟଙ୍କା ବୃଦ୍ଧି ହୋଇଥିବାବେଳେ ଚେନ୍ନାଇରେ ଏହା ୨୩.୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ଦେଶର ସମସ୍ତ ସହରରେ ଏଲପିଜିର ନୂତନ ହାର ଲାଗୁ କରାଯାଇଛି। ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ନଥିବାବେଳେ ତୈଳ କମ୍ପାନୀଗୁଡିକ କେବଳ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିଛନ୍ତି । ଘରୋଇ ସିଲିଣ୍ଡରର ମୂଲ୍ୟ ଗତ ଅଗଷ୍ଟରେ ପରିବର୍ତ୍ତନ ହୋଇଥିଲା ।

Related posts

ମଣିପୁର ଦଙ୍ଗା: ଗୁଳି ଚଳାଇବାକୁ ନିର୍ଦେଶ

mahabharatanews

ଇମ୍ରାନ ଖାନଙ୍କୁ ମିଳିଲା ୧୪ଦିନ ପାଇଁ ଜାମିନ 

mahabharatanews

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

mahabharatanews